ପୋଷଣ (NUTRITION)
ଶରୀରରେ ସମନ୍ୱିତଭାବେ ହେଉଥିବା ଅସଂଖ୍ୟ ଜୈବରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ । ଏହି ସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ ।
ତା’ଛଡ଼ା
- କୋଷ, ଟିସୁ ତଥା ଅଙ୍ଗପ୍ରତ୍ୟଙ୍ଗର ଗଠନ ଅର୍ଥାତ୍ ଶରୀରଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ‘ମରାମତି’ (କ୍ଷୟପୁରଣ) ନିମନ୍ତେ ବିଭିନ୍ନ ଉପାଦାନ ଦରକାର ।
- ଜୀବର ଖାଦ୍ୟ ଏ’ ସମସ୍ତ ଚାହିଦା ପୂରଣ କରିଥାଏ ।
- ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ, ପୋଷଣ (Nutrition) ଜରିଆରେ ହୋଇଥାଏ ।
Nutrition in Green Plants-ସବୁଜ ଉଭିଦ
ସବୁଜ ଉଭିଦ ଆଲୋକଶ୍ଳେଷଣ (Photosynthesis) ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ । ପରିବେଶରୁ ଆବଶ୍ୟକ ପୋଷକ (Nutrients) ମଧ୍ୟ ଗ୍ରହଣ କରିଥାଏ।
କିନ୍ତୁ
Nutrition in Animals-ପ୍ରାଣୀ
ପ୍ରାଣୀ ଓ ଅନ୍ୟସବୁ ଜୀବ ଖାଦ୍ୟପାଇଁ, ଉଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ। ସେମାନେ ଉଭିଦ ଦ୍ୱାରା ପ୍ରସ୍ତୁତ ଓ ଗଚ୍ଛିତ ପଦାର୍ଥକୁ ବା ଅନ୍ୟ ପ୍ରାଣୀଙ୍କୁ ଖାଦ୍ୟରୂପେ ଗ୍ରହଣ କରି ଥାନ୍ତି ।
ଖାଦ୍ୟ ସାଧାରଣତଃ ଜଟିଳ ଅବସ୍ଥାରେ ଥାଏ। ଜୀବ ଶରୀର ମଧ୍ୟରେ ଏହା ସରଳ ଉପାଦାନରେ ପରିଣତ ହୋଇ ସବୁ ଅଙ୍ଗପ୍ରତ୍ୟଙ୍ଗରେ ଉପଲବ୍ଧ ହୋଇଥାଏ। ସେଠାରେ ସରଳ ଖାଦ୍ୟର ‘ଦହନ’ ବା ଜାରଣ (Oxidation) ଘଟି ସେଥିରୁ ଶକ୍ତି ମୋଚିତ ହୋଇଥାଏ ।
ଶକ୍ତି ମୋଚନ ଏକ ତଥାକଥିତ ଧ୍ବଂସାତ୍ମକ (Destructive) ପ୍ରକ୍ରିୟା । ଏହା ‘ ଅପଚୟ’ (Catabolism)ର ଏକ ଉଦାହରଣ । ସେହିପରି ଖାଦ୍ୟରୁ ଶରୀରଗଠନ ଆଦି ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟିହେବା ଏକ ଗଠନମୂଳକ (Constructive) ପ୍ରକ୍ରିୟା। ଏହାକୁ ‘ଚୟ’ (Anabolism) କୁହାଯାଏ ।
ଚୟ ଓ ଅପଚୟ ର ସମାହାର ହେଉଛି ‘ଚୟାପଚୟ’ (Metabolism) । ଏହା ଜୀବଶରୀରରେ ସବୁବେଳେ ଚାଲିଥାଏ । ସୁତରାଂ ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିବାରେ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରୁ ସ୍ପଷ୍ଟ ହୁଏଯେ ବଞ୍ଚି ରହିବାପାଇଁ ଜୀବର ଖାଦ୍ୟ ଆବଶ୍ୟକ ହୋଇଥାଏ ।
କି ହେଇଛି । ପୁରା ଟପ୍ ।
It’s really innovative. If all the topics are covered it will act like a ready reckoner to all our students. Carry on. May God speed your efforts 👍👍👍
Yes, sir Definitely helps students. Also grateful for your contribution here to 9th class English Grammar.